
ଭୁବନେଶ୍ୱର– ଦାର୍ଶନିକ ରାମାନୁଜାଚାର୍ଯ୍ୟଙ୍କ ବନ୍ଦନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ମହାନ ସନ୍ଥ, ସମାଜ ସୁଧାରକ ଓ ଅଦ୍ୱିତୀୟ ଦାର୍ଶନିକ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ବନ୍ଦନା କରୁଛି ।
ଶ୍ରୀ ରାମାନୁଜାଚାର୍ଯ୍ୟ ଭକ୍ତିମାର୍ଗକୁ ସରଳ ଓ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ସମାଜରେ ବ୍ୟାପ୍ତ ଭେଦଭାବର ପ୍ରାଚୀରକୁ ବି ଭାଙ୍ଗିଥିଲେ । ତାଙ୍କ ଶିକ୍ଷା କେବଳ ଧାର୍ମିକ ନୁହେଁ, ବରଂ ସାମାଜିକ ଜାଗରଣର ବି ମାଧ୍ୟମ ପାଲଟିଥିଲା । ସେ ଲକ୍ଷଲକ୍ଷ ଲୋକଙ୍କୁ ଭକ୍ତି, ସଚ୍ଚୋଟତା ଓ ସେବାର ମାର୍ଗ ପ୍ରଦର୍ଶନ କରିତିଲେ । ଆଜି ବି ତାଙ୍କ ସିଦ୍ଧନ୍ତ- ସମାନତା, ଭାଇଚାରା ଓ ନ୍ୟାୟ-ସମାଜ ପାଇଁ ପ୍ରକାଶ ପୁଂଜ ଅଟେ ।