
ନୂଆଦିଲ୍ଲୀ– ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର କହିଛନ୍ତି ଯେ, ବିଶ୍ୱ ଭବିଷ୍ୟତ ଅଭିମୁଖେ ବଢୁଛି ଏବଂ ଏହା ସହିତ ଆସୁଥିବା ପରିଣାମକୁ ବୁଝିବା ଆବଶ୍ୟକ ଅଟେ । ପ୍ରତି ଟେକ୍ନିକାଲ ପ୍ରଗତି ନିଜ ଚ୍ୟାଲେଂଜ ନେଇ ଆସିଥାଏ ଏବଂ ଏଆଇ ବି ଏହାଠାରୁ ଭିନ୍ନ ନୁହେଁ । ସେ ମୁମ୍ବାଇରେ ଆୟୋଜିତ ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଂଟରଟେନମେଂଟ ଶିଖର ସମ୍ମିଳନୀର ବୈଶ୍ୱିକ ମିଡିଆ ସମ୍ବାଦ ଅଧିବେଶନରେ ଟେକ୍ନିକାଲ ଉଦ୍ଭାବନ ଓ ଏହାର ସାମାଜିକ ପ୍ରଭାବକୁ ନେଇ ନିଜ ଦୃଷ୍ଟିକୋଣ ରଖିଛନ୍ତି ।
ବୈଦେଶିକ ମନ୍ତ୍ରୀ ନୂଆ ଟେକ୍ନିକାଲର ଦାୟିତ୍ୱପୂର୍ଣ୍ଣ ଉପଯୋଗର ଆବଶ୍ୟଖତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବାଗ୍ରହକୁ କମ୍ କରିବା, କଂଟେଣ୍ଟକୁ ଗଣତାନ୍ତ୍ରିକ କରିବା ଓ ଟେକ୍ନିକାଲ ନୈତିକତାକୁ ପ୍ରାଥମିକତା ଦେବା ଆଜିର ସମୟରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଟେକ୍ନୋଲୋଜି ଓ ପରମ୍ପରାକୁ ସାଥିରେ ନେଇ ଚାଲିବା ଜରୁରୀ ଅଟେ । ଟେକ୍ନୋଲୋଜି ବିଶେଷ କରି ଯୁବବର୍ଗରେ ଆମର ବିଶାଳ ଐତିହ୍ୟ ପ୍ରତି ସଚେତନତା ବୃଦ୍ଧି କରିପାରିବ ।