
ଭୁବନେଶ୍ୱର– କିଟ୍ରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ଏହା ଉପରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତଦନ୍ତ ଆରମ୍ଭ ହୋଇଛି, ପୋଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯିଏ ଦୋଷୀ ସିଏ ଦଣ୍ଡ ପାଇବ। ଉଚ୍ଚ ଶିକ୍ଷା ବିଭାଗ ବି ଘଟଣା ଉପରେ ନଜର ରଖିଛି। ଯାହା ତଦନ୍ତ ପୂର୍ବ ଘଟଣାରେ ଚାଲିଥିଲା ସେଥିରେ ପୁଣି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି।