-
ବିଭିନ୍ନ ମହଲରେ ସ୍ୱାଗତ, ବିଧାୟକଙ୍କ ଖୁସି କହିଲେ ନସରେ
Reporter-Shivram Chaudhry
ବ୍ରହ୍ମପୁର : ବିଶ୍ୱ ରେକର୍ଡ କରିବା ପାଇଁ ଯାଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକ୍ କଳମ୍ୱ ପଞ୍ଚାୟତ କାଦପଡ଼ା ହରିଜନ ସାହିର ମୂଳବାସିନ୍ଦା ମୂକ- ବଧିର କୁମାର ନାୟକ(75) । ଦୁଇ ହାତ ମଧ୍ୟରେ ବାମ ହାତରେ 6 ଓ ଡାହାଣ ହାତରେ 6 ମୋଟ 12ଟି ଆଙ୍ଗୁଳି ରହିଥିବା ବେଳେ ବାମ ଗୋଡ଼ରେ 10 ଓ ଡାହାଣ ଗୋଡ଼ରେ 9ଟି ଏପରି ମୋଟ 31ଟି ଆଙ୍ଗୁଳି ରହିଛି । ସର୍ବାଧିକ ଆଙ୍ଗୁଳି ପାଇଁ ସେ ଏବେ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛନ୍ତି । ଏନେଇ ବ୍ରିଟେନରେ ଏକ ଖବରକାଗଜ “ଡେଲି ମେଲ୍” ରେ ଗତ 29.01.2020 ତାରିଖରେ ପ୍ରକାଶ ପାଇଥିଲା ।
ପୂର୍ବରୁ ଏହି ରେକର୍ଡ ଗୁଜୁରାଟର ଦେବେନ୍ଦ୍ର ସୁଥାରଙ୍କ ନାମର ରହିଥିଲା । ନିଜର ଗୋଡ଼ ଓ ହାତରେ 28ଟି ଆଙ୍ଗୁଳି ପାଇଁ ସେ ଗିନିସ୍ ବୁକ୍ ଅଫ୍ ରେର୍କଡରେ ସ୍ଥାନ ପାଇଥିଲେ । ବର୍ତ୍ତମାନ କୁମାରୀ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ବୋଲି ଡେଲି ମେଲରେ ଉଲ୍ଲେଖ ରହିଛି । ସୂଚନା ଥାଉକି , 31 ଅଙ୍ଗୁଳି ପାଇଁ କାଦପଡ଼ ଗ୍ରାମ ହରିଜନ ସାହିର ବାସିନ୍ଦାମାନେ ଘୃଣା ଦୃଷ୍ଟିରେ ଦେଖି ଗ୍ରାମର ଶେଷ ଆଡ଼କୁ ଏକ କୁଢିଆ ଘରେ ପରିତ୍ୟକ୍ତ ଅବସ୍ଥାରେ ରଖିଥିଲେ । ଦୁଇ ବର୍ଷ ତଳେ ବୁଗୁଡ଼ା ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀଙ୍କଠାରୁ ଖବର ପାଇ ହାତିଓଟସ୍ଥିତ ଜରାଶ୍ରମରେ ତାଙ୍କୁ ରଖିବା ପାଇଁ ଅନୁରୋଧ କରିବା ପରେ ସେବେଠାରୁ କୁମାରୀ ଏହି ଜରାଶ୍ରମରେ ରହିଆସୁଛନ୍ତି ।
ସୂଚନାଥାଉକି , 15.08.2012 ତାରିଖରୁ ବର୍ତ୍ତମାନର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅଞ୍ଚଳର ଅସହାୟ ବୃଦ୍ଧା ବୃଦ୍ଧ ଅନାଥ ଶିଶୁ ଆଶ୍ରମ କରି ଜରାଶ୍ରମ ନାମରେ ଏଠାରେ ଏକ କୋଠା ନିର୍ମାଣ କରି ନିଜେ ସେମାନଙ୍କ ସେବା କରିବା ଆରମ୍ଭ କରିଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଦିନକୁ ଦୁଇ ଓଳା ତାଙ୍କର ଯନ୍ନ ନେଉଥିବା ବେଳେ , 2014 ମସିହାରେ ପ୍ରଥମ ବିଧାୟକ ହେବା ପରେ ଉକ୍ତ ଆଶ୍ରମରେ ପ୍ରାୟ 5ଜଣଙ୍କୁ ରଖି ସେବା କରିବା ଆରମ୍ଭ କରିଛନ୍ତି । କୁମାରୀଙ୍କ ବିଷୟରେ ବିଧାୟକ ଶ୍ରୀ ସାହୁଙ୍କ ସହ ଆମ ଜିଲ୍ଲା ପ୍ରତିନିଧି ପଚାରିବା ବେଳେ ଆତ୍ମଭରା ହୋଇ କୁମାରୀଙ୍କ ବିଷୟରେ କହିଥିଲେ । ପ୍ରଥମେ ଅସହାୟ କୁମାରୀଙ୍କ ବିଷୟରେ ବୁଗୁଡ଼ାର ତତ୍କାଳୀନ ସିଡିପିଓ ଖବର ଦେଇଥିଲେ । ତକ୍ଷଣାତ୍ ସେହି ଗ୍ରାମକୁ ଯାଇ ମୁଁ ଓ ମୋର କିଛି ସହଯୋଗୀ ତାଙ୍କୁ ଉଦ୍ଧାର କରି ଏହି ଜରାଶ୍ରାମକୁ ଆଣିଥିଲୁ।
ଅସହାୟ ମଣୁଥିବା ମା କୁମାରୀ କିଛି ନିରବତା ପରେ ଜରାଶ୍ରମ ଅନ୍ତେବାସୀଙ୍କ ସେବା ପାଇଁ ସଦାସର୍ବଦା ହସ ଖୁସିରେ ରହୁଛି । ବର୍ତ୍ତମାନ ଗିନିସ୍ ବୁକ୍ ଅଫ୍ ରେକର୍ଡ ଖବର ଆପଣଙ୍କଠାରୁ ପାଇ ମୁଁ ବହୁତ ଖୁସି । ଯେଉଁ ମାନଙ୍କ ପ୍ରଚେଷ୍ଟାରେ ଏହି ରେକର୍ଡ ପାଇବାରେ କୁମାର ଚୟନ ହୋଇଛନ୍ତି ସେମାନେ ପ୍ରଶଂସାର ପାତ୍ର । ଗ୍ରାମର ପରିତ୍ୟକ୍ତା ଜଣେ ମୂକ ଓ ବଧିର ମହିଳା ବିଶ୍ୱ ଦରବାରରେ ପରିଚିତ ହେବା ଖବର ମୋତେ ଯେତେ ଖୁସି ଦେଉନି ସଂପୃକ୍ତ ପୋଲସରା ଅଞ୍ଚଳର ଜନ ସାଧାରଣଙ୍କୁ ଖୁସି ବ୍ୟକ୍ତ କରିଛି । ଯେଉଁମାନେ ନିଜ ପରିବାରରୁ ଅନାଥ ହୋଇ ଏଠି ସେଠି ରହୁଥିବା ପରିତ୍ୟକ୍ତଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ ଏହି ଜରାଶ୍ରମ ପ୍ରତିଷ୍ଠା ହୋଇଥିଲା । ଆଜି ଏହି ଜାରଶ୍ରମ ବିଶ୍ୱ ଦରବାରରେ ପହଞ୍ଚିବାକୁ ଯାଉଛି । ତେଣୁ ଆମେ ସମସ୍ତେ ଖୁସି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ବର୍ତ୍ତମାନ ନିଜସ୍ୱ ଖର୍ଚ୍ଚରେ ଚାଲିଥିବା ଜରାଶ୍ରମରେ 23 ଜଣ ବୃଦ୍ଧା ବୃଦ୍ଧ ଓ 7ଜଣ ଅନାଥ ଶିଶୁ ରିହଛନ୍ତି । ସରତାକଘ୍ତ ହହିନା ଅନୁଦାନରେ ଏହି ଆଶ୍ରମ ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ଚାଲିଛି । ଏହି ଜରାଶ୍ରମ ହିଁ 2014 ମସିହାରୁ ଦୁଇ ଦୁଇଇଥର ବିଧାୟକ କରିବାରେ ସହାୟକ ହୋଇଥିବା ସେ କହିଛନ୍ତି । 2012ରୁ ବର୍ତ୍ତମାନ ପର୍ଯ୍ୟନ୍ତ 1093 ଅନ୍ତେବାସୀ ରହିକି କେତେକ ଘରକୁ ଯିବା ଆସିବା କରୁଥିବା ସେ ପ୍ରକାଶ କରିଛନ୍ତି ।
ଏପରିକି ନିଜ ପରିବାର ଲୋକଙ୍କ ସହ ଆମେ ଯୋଗାଯୋଗ ରକ୍ଷା କରି ତାଙ୍କ ପରିବାର ଲୋକଙ୍କ ନିକଟକୁ ପଠାଇବା ବ୍ୟବସ୍ଥା କରୁଛୁ । ତାଙ୍କର ରକ୍ଷାଣବେକ୍ଷଣ ପାଇଁ ବର୍ତ୍ତମାନ ଚାରିଜଣ ଅନ୍ତେବାସୀ ଦୈନନ୍ଦିନ ସେବା ଯୋଗାଉଛନ୍ତି । ଜଣେ ସ୍ୱାସ୍ଥ୍ୟ କର୍ମୀ, ରୋଷେୟା, ମ୍ୟାନେଜର ଓ ଜଣେ ଆସିଷ୍ଟାଣ୍ଡ ରହିଥିବା ଜଣାପଡିଛି ।