
କନ୍ଧମାଳ– ଫୁଲବାଣୀରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳାର ଗୁରବାର ଥିଲା ପଞ୍ଚମ ଦିବସ । ଏହି ସଂନ୍ଧ୍ଯାର ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା କୃତୀ କଳା କାର ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ଦୀର୍ଘ ୧୨ ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳା କନ୍ଧମାଳର କଳା ସଂସ୍କୃତି ଓ ପରମ୍ପରାକୁ ଲୋକ ଲୋଚନକୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l ପ୍ରଥମ କରି ଜିଲ୍ଲାରେ ଏହି ମେଳା ଆୟୋଜନ କରି ଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କୁ ସାଧୁବାଦ୍ ଜଣାଇଥିଲେ l
ଏହି ଅବସରରେ ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର, ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି, ସୁଜିତ ବେହେରା, କୋଷଧକ୍ଷ ପ୍ରସନ୍ନ କୁମାର ସ୍ବାଇଁ,ସାମ୍ବାଦିକ ଶୋନ୍ତୋଷ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି କମିଟିର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ରୟାଲ ଡାନ୍ସ ଏମ୍ପାଇର ର କଳାକାର ମାନଂକ ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କ ମନ୍ ଜିଣିଥିଲା l ଏହି ମେଳା ଆସନ୍ତା ୮ ତାରିଖ ଯାଏ ଚାଲିବ l ମେଳାରେ ବିଭିନ୍ନ ଗାଡ଼ି ମୋଟର ଷ୍ଟଲ ସହ ବୈଦ୍ୟୁତିକ ସରଞ୍ଜାମ ସାଙ୍ଗକୁ ଖାଦ୍ୟ ଷ୍ଟଲ୍ ଓ ମିନବଜlର ଖୋଲାଯାଇଛି ।