
ଭୁବନେଶ୍ୱର– ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । ସେ କହିଛନ୍ତି ଯେ, ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ । ପଥର ମୂର୍ତ୍ତି ଦେଖିଲା ପରେ ଏଥିରେ ପ୍ରାଣ ପ୍ରତିଷ୍ଠା ପାଇଁ ମୁଁ ମନା କଲି । ପରେ ନିମ୍ବ କାଠର ମୂର୍ତ୍ତି ନିର୍ମାଣ ପରେ ପୂଜା କରାଗଲା । ବ୍ରହ୍ମ ସ୍ଥାପନ କଥା ମୁଁ କେଉଁଠି କହିନାହିଁ । ବ୍ରହ୍ମ ଏକମାତ୍ର ଜଗନ୍ନାଥ ଧାମରେ ରହିଛି । ଏକମାତ୍ର ଜୀବିତ ଠାକୁର ପୁରୀ ଜଗନ୍ନାଥ ଧାମରେ ରହିଛି । ସବୁଠି ଜଗନ୍ନାଥ ବସି ପାରିବେ, ହେଲେ ଜଗନ୍ନାଥ ଧାମ କେବଳ ପୁରୀରେ ଅଛି । ଜଗନ୍ନାଥ ଧାମ ନଲେଖି ଜଗନ୍ନାଥ କ୍ଷେତ୍ର ଲେଖିବାକୁ ମୁଁ ମମତାଙ୍କୁ ଚିଠି ଲେଖିବି । ପୁରୀ ଜଗନ୍ନାଥଙ୍କ ରୀତି ନୀତି ଅନ୍ୟ କେଉଁଠି କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ସେହିପରି କାହା କଥା ନଶୁଣି ଲୋକେ ଯେମିତି ପୁରୀ ଆସୁଥିଲେ ସେମିତି ଆସନ୍ତୁ ବୋଲି କହିଛନ୍ତି ।