
ଭୁବନେଶ୍ୱର– ବିଧାୟିକା ସୁଜାତା ସାହୁଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯାଜପୁରର ଲୋକପ୍ରିୟ ବିଧାୟିକା ସୁଜାତା ସାହୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆପଣଙ୍କ ଜୀବନ ସଦା ସୁସ୍ଥ, ସଫଳ ଓ ସମୃଦ୍ଧିମୟ ହେଉ।
ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା’ ବିରଜାଙ୍କ ଆଶୀର୍ବାଦ ଲାଭ କରି ସେ ଜନସେବାରେ ଆହୁରି ଆଗକୁ ବଢ଼ନ୍ତୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।