
ଭୁବନେଶ୍ୱର– ବିଶ୍ୱ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣରେ ଅମୂଲ୍ୟ ଯୋଗଦାନ ଦେଉଥିବା ମୋର ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ବିଶ୍ୱ ଶ୍ରମିକ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଏକ ବିକଶିତ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ତ୍ୟାଗ ଏବଂ ଅବଦାନକୁ ସମ୍ମାନ ଜଣାଇବା ସହ ଆସନ୍ତୁ, ସେମାନଙ୍କ ସାମାଜିକ ସୁରକ୍ଷା ଲାଗି ସଂକଳ୍ପବଦ୍ଧ ହେବା।