
ଭୁବନେଶ୍ୱର – ଜାତିଭିତିକ ଜନଗଣନା ନିଷ୍ପତି ନେଇ ପ୍ରତିକ୍ରିିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ ସମସ୍ତେ ଦାବି କରୁଥିଲେ ଜାତି ଭିତିକ ଜନଗଣନା ହେଉ। ବିଜେଡ଼ି ବି ଦାବି ଉଠାଇଥିଲା। ୨୦୧୦ ସଂସଦରେ ବିଜେଡ଼ି ଜାତି ଭିତିକ ଜନଗଣନା ପ୍ରସଙ୍ଗ ଉଠେଇଥିଲା। ବିଜେଡ଼ି ସଂସଦୀୟ କମିଟି ଗୃହ ମନ୍ତ୍ରୀ ଅମିତ ସାହାଙ୍କୁ ଭେଟି ଦାବି କରିଥିଲେ। ବିଧାନସଭା ଓ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ଜାତି ଭିତିକ ଜନଗଣନା କଥା ବିଜେଡି ଉଠାଇଛି। ୨୦୨୦ରେ ଜନଗଣନା ହେବା କଥା କିନ୍ତୁ କୋଭିଡ ପାଇଁ ବନ୍ଦ ରହିଲା। ତାପରେ ବି ହେଲାନି। ଯେଉଁଥିପାଇଁ ଆମେ ଆନ୍ଦୋଳନ କରିଛୁ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛୁ। ନବୀନ ବାବୁ ଏହାକୁ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଏସସି ଏସଟି ଓବିସି ଉପକୃତ ହେବେ।
ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ନିଷ୍ପତି ନେଲେ କିନ୍ତୁ ନିୟମାବଳୀ ଆସିନାହିଁ। ବିଜେଡ଼ିର ଦାବି ହେଲା, ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ଜାତି ଭିତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ। ସଂରକ୍ଷଣ ଲିମିଟ ୫୦ ପ୍ରତିଶତରୁ ଅଧିକ କରାଯାଉ। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଉ। ଆର୍ôଥକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ। ଯାହାର ସଂଖ୍ୟା ଯେତେ , ତାରା ଭାଗ ସେତେ ହେବା ଦରକାର ବୋଲି କହିଛନ୍ତି ଅରୁଣ।