
ଭୁବନେଶ୍ୱର– କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଯୋଡି ହେବ ମେଟ୍ରୋ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ନୂଆ ସରକାର ମଧ୍ୟ ଚିନ୍ତା କରୁଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି। ମେଟ୍ରୋ ପାଇଁ ଏକ କମିଟି ଗଠନ କରାଯାଇଛି । ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି । ନୂଆ ଡିପିଆର ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ତିଆରି ହେବ ମେଟ୍ରୋ ପ୍ରକଳ୍ପ ।