
ଭୁବନେଶ୍ୱର– ଜାତିଭିତିକ ଜନଗଣନାକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁର କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି ଯେ କେନ୍ଦ୍ରୀୟ କ୍ୟାବିନେଟ ଦ୍ୱାରା ଗତକାଲି ବହୁତ ବଡ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ ଦେଶ ସାରା ଜାତିଭିତିକ ଜନଗଣନା କରାଯିବ । ୨୦୧୧ ରେ ଯେତେବେଳେ ୟୁପିଏ ୨ ସରକାର ଥିଲା ସୋସିଓ ଇକନୋମିକ କାଷ୍ଟ ଜନ ଗଣନା ହୋଇଥିଲା । କିନ୍ତୁ ସେ ରିପୋର୍ଟକୁ ସର୍ବସମତିକୁ ଅଣାଯାଇନଥିଲା। କେଉଁ ଜାତିର ଲୋକ କେଉଁ ରାଜ୍ୟରେ ରହୁଛନ୍ତି ଓ କେତେ ସଂଖ୍ୟାରେ ରହୁଛନ୍ତି ତାହା ଜାଣିବା ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନେଇ ହେବ। ମୋଦି ସରକାରରେ ସବୁ କାମ ଠିକ୍ ସମୟରେ ହୁଏ। ଯେଉଁ କାମ ଯେତେବେଳେ ଦରକାର ସେ ସମୟରେ ହୁଏ ।ବର୍ତମାନ ଯେଉଁ ଜନଗଣନା ହେବ ତାହା ପ୍ରକ୍ରିୟା ଅନୁସାରେ ହେବ। ଆଗାମୀ ଦିନରେ ଏହା ବିକାଶର ମାଇଲ ଖୁଂଟ ଭାବେ ପ୍ରମାଣିତ ହେବ। ମୋଦୀ ସରକାର କେବେ ଚାପରେ କାମ କରେନି। ବର୍ତମାନ ହୃଦୟଙ୍ଗମ କରାଗଲା ତେଣୁ କରାଗଲା। ଯଦି ନିର୍ବାଚନ ପାଇଁ ହେଇଥାନ୍ତା ତେବେ ୨୦୧୯, ୨୦୨୪ ରେ ଆଣିଥାଆନ୍ତେ। କୌଣସି ନକାରାତ୍ମକ କାର୍ଯ୍ୟ ସହ ଏହାକୁ ଯୋଡ଼ନ୍ତୁ ନାହିଁ ବୋଲି କହିଛନ୍ତି ଅପରାଜିତା।