
-
୮ଟି ଜିଲ୍ଲାର ୪୪ ଟି ପୌରାଂଚଳରେ ୩ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ପାଇବେ ଲାଭ
ଭୁବନେଶ୍ୱର – ସହରରେ ରହୁଥିବା ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଖରେ ସରକାରୀ ଯୋଜନା ଗୁଡିକର ସୁବିଧା ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି “ସହଯୋଗ” । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼କ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ।
ସହଯୋଗ କାର୍ଯ୍ୟକ୍ରମ ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତଯୋଜନା ଗୁଡିକର ସୁଫଳ ପହଂଚାଇବା ପାଇଁ ଉଦ୍ୟମ କରାଯିବ। ପ୍ରାଥମିକ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ଼, ପିଇପି ଦ୍ୱାରା ଜଳ ଯୋଗାଣ, ଆୟୁସ୍ମାନ କାର୍ଡ଼, ଭିନ୍ନକ୍ଷମ କାର୍ଡ଼, ସୁଭଦ୍ରା, ଲେବର କାର୍ଡ, ଇ- ଶ୍ରମକାର୍ଡ, ଗରିମା, ବିଶ୍ୱକର୍ମା ଯୋଜନା, ମଧୁବାବୁ ପେନସନ, ସୁକନ୍ୟା ସମୃଦ୍ଧି, ଓପିଏମ ସୁରକ୍ଷା ବୀମା ଯୋଜନା ଇତ୍ୟାଦିରେ ସମସ୍ତ ସୁବିଧା ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ନିର୍ମାଣ ପାଇଁ ଏହି କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯିବ।
ଡ଼ିସେମ୍ବର ଓ ଜାନୁଆରୀ ମାସରେ ୬ଟି ପୌରାଂଚଳରେ ଏକ ପାଇଲଟ କରାଯାଇଥିଲା ଓ ଏହା ସଫଳ ହେବା ପରେ ବର୍ତମାନ ଏହି କାର୍ଯ୍ୟକ୍ରମକୁ ୮ଟି ଜିଲ୍ଲାର ୪୪ଟି ପୌରାଂଚଳରେ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ଓ ପର୍ଯ୍ୟାୟ କ୍ରମେ ଏହା ସମସ୍ତ ପୌରାଞ୍ଚଳରେ ଆରମ୍ଭ କରାଯିବ । ମଇ ଓ ଜୁନ ମାସରେ ଲୋକମାନଂକ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । କାର୍ଯ୍ୟକ୍ରମର ସୁଫଳ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ସ୍ୱଛକର୍ମୀ, ଜଳସାଥି, ବସ୍ତିବାସିନ୍ଦା ସଂଘର ସଦସ୍ୟ, ସ୍ୱୟଂସହାୟକ ଗୋଷ୍ଠୀ, ସ୍ୱେଛାସ୍ୱେୀ ସଂଗଠନ ଓ ପୌରାଞ୍ଚଳର କର୍ମୀମାନଙ୍କର ସାହାଯ୍ୟ ନିଆଯିବ। ସଫଳତା ଭିତିରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
ସହଯୋଗ କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନ୍ତ ବିଭାଗୀୟ କମିଟିମାନ ଗଠନ କରାଯାଇଛି । ପୌରାଞ୍ଚଳ ଗୁଡିକରେ ଏହି ସମ୍ବନ୍ଧୀୟ ଅଭିଯୋଗ ଗୁଡିକୁ ପ୍ରତ୍ୟେକ ସୋମବାର ଦିନ ଶୁଣାଯିବ ଓ ଜିଲ୍ଲା ସ୍ତରରେ ପ୍ରତ୍ୟେକ ମାସରେ ଏହାର ସମୀକ୍ଷା କରାଯିବ । “ସହଯୋଗ” ସହରରେ ରହୁଥିବା ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ରାହା ଦେଖାଇବ ଓ ‘ବିକଶିତ ଓଡିଶା” କାର୍ଯ୍ୟକ୍ରମର ମୂଳ ଚିନ୍ତାଧାରାକୁ ଏହା ପ୍ରୋତ୍ସାହିତ କରିବ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।