
ଭୁବନେଶ୍ୱର– ଶ୍ରମିକଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ ସରକାରୀ ସେବା। ନିର୍ମାଣ ଶ୍ରମିକଙ୍କ ସୁବିଧା ଲାଗି ‘ଓଡ଼ିଶା ଶ୍ରମିକ ସାଥୀ’ ମୋବାଇଲ୍ ଆପ୍ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଦ୍ୱାରା ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସୁବିଧା ହସ୍ତଗତ ନିମିତ କାର୍ଯ୍ୟ ଆହୁରି ସହଜ ହେବ।