
ଭୁବନେଶ୍ୱର, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ପଦ୍ମ ପୁରସ୍କାର ପ୍ରାପ୍ତ ଡା ଅଶୋକ ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରାପ୍ତ ଡା ଅଶୋକ ମହାପାତ୍ରଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ହେଲା । ଡା ମହାପାତ୍ର ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋଲୋଜିଷ୍ଟ ରୂପେ ଖ୍ୟାତି ଅର୍ଜନ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କ ସେବା ଓ ସମର୍ପଣ ଆଜି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛି ।