
ନୂଆଦିଲ୍ଳୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ 1 ଓ 2ରେ ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ । ସେ ମେ 1ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଂଟରରେ ବିଶ୍ୱ ଅଡିଓ ଭିଜୁଆଲ ଓ ଏଟଂରଟେନମେଂଟ ସମିଟ ଉଦଘାଟନ କରିବେ । ଏହି ସମ୍ମିଳନୀ ଭାରତର ମିଡିଆ, ମନୋରଂଜନ ଓ ଡିଜିଟାଲ ଉଦ୍ଭାବନ କ୍ଷେତ୍ରରେ ବିଶ୍ୱ କେନ୍ଦ୍ର ଭାବେ ସ୍ଥାପିତ କରିବା ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି ।
ପିଏମଓ ଅନୁସାରେ ଏହି ଚାରିଦିବସୀୟ ସମ୍ମିଳନୀର ଟ୍ୟାଗଲାଇନ ନିର୍ମାତାଙ୍କୁ ଯୋଡିବା, ଦେଶକୁ ଯୋଡିବା ଅଟେ । ଏଥିରେ 90ରୁ ଅଧିକ ଦେଶର ଲୋକ ଭାଗ ନେବେ, ଯେଉଁଥିରେ 10ହଜାରରୁ ଅଧିକ ପ୍ରତିନିଧି, 1 ହଜାର କ୍ରିଏଟର, 300ରୁ ଅଧିକ କଂପାନୀ ଓ 350ରୁ ଅଧିକ ଷ୍ଟାର୍ଟଅପ୍ ସାମିଲ ହେବେ ।
ଏହାପରେ ପ୍ରଧାନମନ୍ତ୍ରୀ କେରଳ ଯିବେ ଓ ମେ 2 ତାରିଖ ସକାଳ ସାଢେ 10ଟାରେ 8900 କୋଟି ଟଙ୍କା ମୂଲ୍ୟରେ ନିର୍ମିତ ବିଝିନଜାମ ଇଂଟରନ୍ୟାସନାଲ ଡିପୱାଟର ମଲ୍ଟିପର୍ପଜ ସିପୋର୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ଏହା ବ୍ୟତୀତ ସେ ଆନ୍ଧ୍ରପ୍ରଦେଶ ଓ ଦ୍ୱିପ୍ରହର ପ୍ରାୟ ସାଢେ 3ଟା ବେଳେ ଅମରାବତୀରେ 58 ହଜାର କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ ।