ଅଯୋଧ୍ୟା-ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲୁଛି । ବୁଧବାର ଅକ୍ଷୟ ତୃତୀୟା ତିଥିରେ ଶ୍ରୀରାମ ଜନ୍ମଭୂମି ପରିସର ସ୍ଥିତ ଶ୍ରୀଗଣେଶ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଶିଖର କଳସ ଓ ଧ୍ୱଜଦଣ୍ଡ ସ୍ଥାପିତ କରାଯାଇଛି । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ପୂଜନ କରିଛନ୍ତି । ଏହି ଅବସରରେ ଟ୍ରଷ୍ଟି ଡ.ଅନିଲ ମିଶ୍ର, ବ୍ୟବସ୍ଥା ପ୍ରବନ୍ଧକ, ଗୋପାଳ ରାଓଙ୍କ ସହିତ ନିର୍ମାତା କଂପାନୀର କର୍ମଚାରୀ ଉପସ୍ଥିତ ଥିଲେ ।