
ନୂଆଦିଲ୍ଲୀ– ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଷ୍ଟାଡିୟମରେ ଆୟୋଜିତ ରନ୍ ଫର ୱାନ ନେସନ ୱାନ ଇଲେକ୍ସନ ଦୌଡକୁ ସବୁଜ ପତାକା ଦେଖାଇଛନ୍ତି । ଏହି ଅବସରରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆଶିଷ ସୁଦ, ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନୀଲ ବଂସଲ, ପୂର୍ବତନ ଅଲମ୍ପିକ ଖେଳାଳି ତଥା ବିଜେପି ନେତା ବବିତା ଫୋଗାଟ ଓ ଦିଲ୍ଲୀ ୟୁନିଭର୍ସିଟିର କୂଳପତି ପ୍ର. ଯୋଗେଶ ସିଂହ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦୌଡରେ ଛାତ୍ରଙ୍କ ସହିତ ସହଭାଗୀ ହେବା ଏକ ଅଦ୍ଭୁତ ଅନୁଭବ ଥିଲା । ଯୁବଛାତ୍ରଙ୍କ ଶକ୍ତି, ରାଷ୍ଟ୍ର ପ୍ରତି ସମର୍ପଣ, ଏକ ଭଲ ଗଣତନ୍ତ୍ର ଆକାଂକ୍ଷା ଗଭୀର ଭାବେ ମନକୁ ଛୁଇଁଛି । ଏହା କେବଳ ,କ ଦୌଡ ନୁହେଁ, ଏହା ଏକ ସ୍ୱପ୍ନ ଓ ଏକ ବିଶ୍ୱାସ ଅଟେ ଯେ, ଆମେ ମିଳିତ ଭାବେ ଦେଶର ନିର୍ବାଚନୀ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବା ।