
ଉତରକାଶୀ– ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ବୁଧବାର ସକାଳ ସାଢେ 10ଟା ବେଳେ ଗଙ୍ଗୋତ୍ରୀ ଧାମର ଦ୍ୱାର ବିଧିବିଧାନର ସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଏହି ଶୁଭ ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ପ୍ରଥମ ପୂଜାର୍ଚ୍ଚନା କରି ମାଆ ଗଙ୍ଗାଙ୍କୁ ଦେଶ ଓ ରାଜ୍ୟର ସୁଖ ସମୃଦ୍ଧି ପାଇଁ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତରାଖଣ୍ଡବାସୀଙ୍କ ପାଇଁ ଏହି ପର୍ବ କୌଣସି ଉତ୍ସବରୁ କମ୍ ନୁହେଁ । ସେ ସାରାଦେଶର ଶ୍ରଦ୍ଧାଳୁଙ୍କୁ ଚାରିଧାମ ଯାତ୍ରାରେ ସମ୍ମିଳନୀ ହେବାକୁ ନିମନ୍ତ୍ରଣ କରି ଯାତ୍ରାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ପୂର୍ଣ୍ଣ କରିଛନ୍ତି ।
ଏହି ଅବସରରେ ତୀର୍ଥ ପୁରୋହିତ ବୈଦିକ ମନ୍ତ୍ରୋଚ୍ଚାରଣ ସହିତ ଦେବୀଙ୍କ ଭୋଗ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପିତ କରି ବିଧିପୂର୍ବକ ପୂଜା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଧାମରେ ପ୍ରଥମ ପୂଜା କରାଯାଇଥିଲା ।