
ନୂଆଦିଳ୍ଲୀ– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କହିଛନ୍ତି ଯେ, 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଏବଂ ବିଶ୍ୱର ମହାଶକ୍ତି ବନିବାକୁ ହେବ ତେବେ ଦେଶ ଓ ରାଜ୍ୟରେ ରାଜନୈତକି ସ୍ଥିରତା ଜରୁରୀ ଅଟେ ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଦୌଡ ଅବସରରେ ସେ ମୁଖ୍ୟ ଅତିଥି ଭାବେ ସଂବୋଧିତ କରିଛନ୍ତି । ଏହି ଦୌଡର ଆୟୋଜନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରଗ୍ୱୀ ଷ୍ଯାଡିୟମରେ କରାଯାଇଥିଲା । ଏହି ଦୌଡ ଡିୟୁ ରଗବୀ ଷ୍ଯାଡିୟମରୁ ଆରମ୍ଭ ହୋଇ ଗେଟ ନମ୍ବର 2 ଦେଇ ଛାତ୍ର ମାର୍ଗ ଓ ଡିୟୁ ପରିସରରେ ଚକ୍କର କାଟି ଷ୍ଟାଡିୟମରେ ସରିଥିଲା ।
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଡିୟୁର ଇତିହାସ ରହିଛି ଯେ, ଦେଶରେ କୌଣସି ବି ନୂଆ ଜିନିଷର ପରିକଳ୍ପନା ହେଲେ ତାହା ଡିୟୁ କ୍ୟାମ୍ପସରୁ ବାହାରିଥାଏ କିମ୍ବା ଏହାର କାର୍ଯ୍ୟକାରିତାରେ ଡିୟୁ ସବୁଠୁ ଅଗ୍ରଣୀ ରହିଥାଏ । ସ୍ୱାଧୀନତା ପରେ 60 ଦଶକ ପର୍ଯ୍ୟନ୍ତ ଭାରତରେ ଗୋଟିଏ ସାଥୀରେ ନିର୍ବାଚନ ହେଉଥିଲା । ଗତ 50 ବର୍ଷରୁ ଏହି ସିଡ୍ୟୁଲ ବିଗିଡିଯାଇଛି । ବାରମ୍ବାର ନିର୍ବାଚନ ଯୋଗୁ ସମୟ ଓ ରାଜସ୍ୱ ହାନି ହେଉଛି । ଏହା ଦେଶର ବିକାଶ ପାଇଁ ଭଲ ନୁହେଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦେଶ ଗୋଟିଏ ନିର୍ବାଚନର ଆହ୍ୱାନ କରିଛନ୍ତି, ଲୋକସଭା ଏହା ଉପରେ ପ୍ରସ୍ତାବ ଗ୍ରହଣ କରିଛି ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏହା ଉପରେ ଷ୍ଟେକହୋଲର୍ଡ୍ସଙ୍କ ଠାରୁ ପରାମର୍ଶ ନିଆଯାଇଛି । ଏବେ ଦେଶ ଏହି ଜନ ଆନ୍ଦୋଳନ ରୂପରେ ଭାଗ ନେଇଛି । ସେ କହିଛନ୍ତି ଯେ, ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଦୌଡ କେବଳ ଏକ ମାତ୍ର ଦୌଡ ନୁହେଁ ବରଂ ଏହା 2047 ସୁଦ୍ଧା ଭାରତକୁ ବିଶ୍ୱରେ ସବୁଠୁ ସୁଦୃଢ ଦେଶ କରିବା ପାଇଁ ଦୌଡ ଅଟେ ।