
ମୁଖୀଗୁଡା,ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ଜୀବନ ଚାଲି ଯାଇଛି। ମୁଖୀଗୁଡା ସାଇମନ୍ଦିର ନିକଟରେ ରହୁ ଥିବା ରାକେଶ ତମାଙ୍ଗ(୩୨) ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାକେଶ ଆଜି ସକାଳେ ନିଜ ଘର ର ଛାତ ସଜାଡୁଥିବାବେଳେ ଯାଇଥିବା ୧୧ କେଭି ତାର ସ୍ପର୍ଶ ରେ ଆସି ଅଚେତ ହୋଇଯାଇଥିଲେ। ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ଭର୍ତି କରିଥିଲେ।ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଛନ୍ତି।