
କନ୍ଧମାଳ , ଫୁଲବାଣୀ ସହର ସ୍ଥିତ ଏସ୍ ଏସ୍ ନର୍ସରୀ ବିଦ୍ୟାଳୟ ପରିସର ରେ ଗତ ମଙ୍ଗଳ ବାର ଅପରାହ୍ନରେ ବୈଠକ ଅନୁଷ୍ଠିତ ହୋଇ ଥିଲା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପୂର୍ବ ସଙ୍ଗଠନ ମନ୍ତ୍ରୀ ଶ୍ରୀ ଯୁକ୍ତ ଶ୍ରୀରାମ ଚନ୍ଦ୍ର ସ୍ୱାଇ ଙ୍କୁ ଉପଢକନ୍ ସହ ସ୍ବାଗତ ଜଣାଇ କାର୍ଯକ୍ରମ ଆରମ୍ଭ ହୋଇଥିଲା। କନ୍ଧମାଳ ଜିଲ୍ଲା ଦାଇତ୍ୱ ଥିବା କୁମାର କୁନ୍ଦନ ସିଂ ଅଧ୍ୟକ୍ଷ ତାରେ କାଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀ ସ୍ଵାଇ ଗ୍ରାହକ ମାନଙ୍କ ଅଧିକାର ଓ ଗ୍ରାହକ ମାନଙ୍କ ଆଧାରିତ ସମସ୍ତ୍ ବିଷୟ ଖୁବ୍ ସରଳ ଭାବରେ ବୁଝାଇଥିଲେ। ଏହି କାର୍ଯକ୍ରମ ପ୍ରାୟ ସହରର ୩୦ ରୁ ଉର୍ଦ୍ଧ ବହୁ ବୁଦ୍ଧି ଯିବି ଓ ବରିଷ୍ଟ ନାଗରିକ ଯୋଗ ଦେଇଥିଲେ। ଜିଲ୍ଲା ର ସମସ୍ତ ବ୍ଲକ୍ ରେ କାର୍ଯକ୍ରମ କିପରି ହୋଇ ପାରିବ ସେଥି ପ୍ରତି ଗୁରୁ ତ୍ଵ ଦେଇ ଥିଲେ। ଫୁଲବାଣୀ ସହରରେ 5 ଜଣିଆ କର୍ମକର୍ତ୍ତା ଚୟନ ପକ୍ରିୟା ଆରମ୍ଭ ହୋଇଥିଲା ବରିଷ୍ଠ ଓକିଲ ଶ୍ରୀ ପ୍ରଦିପ କୁମାର ସାହୁ , ବରିଷ୍ଠ ସାମ୍ୱାଦିକ ଶ୍ରୀ ବି. ଭି. ଶଙ୍କର ଶର୍ମା, ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଅନୀଲ କୁମାର ବେହେରା, ବରିଷ୍ଠ ସାମ୍ୱାଦିକ ସୁବାଷ ଚନ୍ଦ୍ର ପ୍ରଧାନ , ବିଶ୍ବରଂଜନ ଦାସ, ଙ୍କୁ ଚୟନ କରାଯାଇ ଆଗାମୀ ଦିନରେ କିପରି ନଗର ରେ ଗ୍ରାହକ ପଞ୍ଚାୟତ କୁ ସଂଗଠିତ କରି ଜନ ସାଧାରଣ ଙ୍କ ସମସ୍ୟା କୁ ସମାଧାନ କରି ପରିବା ତାକୁ ଦୃଷ୍ଟି ଦେବା ପାଇଁ କାର୍ଯ୍ୟାଳୟ ଖୋଲିବା ପାଇଁ ସ୍ଥିର କରାଗଲା ଏହି କାର୍ଯ୍ୟ କର୍ମ ରେ ବରିଷ୍ଟ ଓକିଲ୍ ଅଶୋକ ବେହେରା, ରବିନ୍ଦ୍ର ନାଥ ମିଶ୍ର, ଭି. ଭି. ରାମ୍ ଦାସ , ବ୍ୟବସାୟୀ ଶ୍ୟାମସୁନ୍ଦର ପଣ୍ଡା, ରଜତ ଦିଗାଲ ଓ ଅନ୍ୟମାନେ ଯୋଗ ଦେଇ ନିଜ ନିଜ ର ସୁ ଚିନ୍ତ୍ ମତ ଦେଇ ଜିଲ୍ଲାରେ କିପରି ସଙ୍ଗଠନ ସୁଦୁଢ଼ ହୋଇ ପାରିବ ସେ ଦିଗରେ ସମସ୍ତ ଚେଷ୍ଠା ଜାରି ରହିବ। ଶେଷରେ କୁମାର କୁନ୍ଦନ୍ ସିଂ ଧନ୍ୟବାଦ୍ ଦେଇ ବୈଠକ ଶେଷ କରିଥିଲେ ।