
-
ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
-
ପୋଷଣ ସମ୍ବନ୍ଧରେ ଓଡ଼ିଶାର କୋଣେ ଅନୁକୋଣ ଜନସଚେତନତା ସୃଷ୍ଟି କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଶେଷକରି ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଲକ୍ଷ୍ୟରେ ମିଶନ ମୋଡରେ କାର୍ଯ୍ୟ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗର୍ଭବତୀ, ପ୍ରସୂତି ମା ଓ କିଶୋରୀମାନଙ୍କର ପୋଷଣକୁ ସଶକ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଅତିଶୟ କୁପୋଷିତ ବ୍ଲକକୁ ଟାର୍ଗେଟ କରି ଏହାକୁ ୧୦୦ ପ୍ରତିଶତ କୁପୋଷଣ ମୁକ୍ତ କରିବା ପାଇଁ ସେ ଦୃଢ ମତ ରଖିଥିଲେ । ଅର୍ଥାତ କୁପୋଷଣ ପ୍ରମୁଖ କାରଣ ଯଥା ସଠିକ ପୋଷଣର ଅଭାବ ଓ ଅସ୍ଵାସ୍ଥ୍ୟକର ପରିବେଶ, ପିଲାମାନଙ୍କର ହାତ ଧୁଆ ଅଭ୍ୟାସ ବିଷୟ ସମ୍ପର୍କରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାର ଗାଁ ଗାଁରେ ପୋଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ସହ ମା’ମାନଙ୍କୁ ନିଜର ଓ ଶିଶୁମାନଙ୍କର ପୋଷଣ ପ୍ରତି ସଚେତନ କରିବା ପାଇଁ ସେ ମତ ପ୍ରକାଶ କରିଥିଲେ । ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କର ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହା ସହ ସୁଭଦ୍ରା ଓ ମମତା କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରିଥିଲେ । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶକ ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।