
ଭଞ୍ଜନଗର – ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ସେକସନ୍ ସମରବନ୍ଧ ବିଟ ରେ ଗତ 14 ତାରିଖ ରାତିରେ ବାଦୁଆ ଗ୍ରାମର କିଛି ଲୋକ ନିଜ ମକା ବାଡ଼କୁ ବନ୍ୟଜନ୍ତୁ ଙ୍କ ଦାଉ ରୁ ରକ୍ଷା କରିବା ପାଇଁ ହୁକ ପକେଇ ବିଦ୍ୟୁତ ତାର ବିଚ୍ଛେଇ ଗୋଟେ ମାଇ କୃଷ୍ଣସାର ମୃଗ କୁ ଶିକାର କରିଥିଲେ l ସେହି ସମୟରେ ବନ ବିଭାଗ କର୍ମଚାରୀମାନେ ବୁଲୁଥିବା ବେଳେ ହୁକ ପଡ଼ିଥିବା ଦେଖି ଘଟଣା ସ୍ଥଳ ରେ ପହଂଚି ମୃତ ମୃଗ କୁ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିଲେ l ଏହାକୁ ନେଇ ଗତକାଲି ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା l ତଥାପି 4 ଜଣଙ୍କ ମଧ୍ୟରୁ 2 ଜଣ ଫେରାର ହୋଇଯାଇଥିଲେ l ସେଥି ମଧ୍ୟରେ ସେହି ଗ୍ରାମର ପାଣ୍ଡଵ ପ୍ରଧାନ ଓ ସୁଦର୍ଶନ ପ୍ରଧାନ ଙ୍କୁ ଆଜି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି l