
ଭୁବନେଶ୍ୱର. ଓଡ଼ିଶାରେ ଆନ୍ଧ୍ର ବିଜୁଳି ମିଟର ଲଗାଇବା ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ ବିଜେଡି ଘେରିଛି । ବିଜେଡି ନେତା ପ୍ରଦୀପ ମାଝୀ ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ, ଏବେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁଗୁଡିକର ପରିସ୍ଥିତି ଅତି ଜଟିଳ ରହିଛି । ଓଡିଶା ସରକାରଙ୍କ ପାଖରେ ଖବର ନାହିଁ କିମ୍ବା ତତ୍ପରତା ନାହିଁ ।
ଓଡ଼ିଶାରେ ଆନ୍ଧ୍ର ବିଜୁଳି ମିଟର ଲଗାଇବା କ୍ଷେତ୍ରରେ ସରକାର କିଛି କରିବେ ନା ଲୋକେ ଆନ୍ଦୋଳନ କରିବେ ବୋଲି ପ୍ରଶ୍ନ ଉଠିଛି ବୋଲି ପ୍ରଦୀପ କହିଛନ୍ତି । ସେହିପରି ଗ୍ରାଉଣ୍ଡ ଜିରୋ ଓ ଗାଁ ଗହଳି ପ୍ରତି ସରକାରଙ୍କ ଧ୍ୟାନ ନାହିଁ ବୋଲି ସେ କହିଛନ୍ତି ।