
ମୁମ୍ବାଇ– ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ରବିବାର ପୁଣେରେ କହିଛନ୍ତି ଯେ, ମହାରାଷ୍ଟ୍ରରେ ରହୁଥିବା 5023 ପାକିସ୍ତାନୀ ନାଗରିକଙ୍କୁ ଆଜି ରାତି ସୁଦ୍ଧା ବାହାର କରାଯିବ । ଏହି ସମସ୍ତ ପାକିସ୍ତାନୀଙ୍କୁ ମହାରାଷ୍ଟ୍ରରୁ ବାହାର କରିବା ପାଇଁ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।
ଗୃହ ବିଭାଗର ସୂତ୍ର ଅନୁସାରେ ମହାରାଷ୍ଟ୍ରର ପ୍ରାୟ 48 ସହରରେ ପ୍ରାୟ 5023 ପାକିସ୍ତାନୀ ନାଗରିକ ଅଛନ୍ତି । ସବୁଠୁ ଅଧିକ 2458 ପାକିସ୍ତାନୀ ନାଗପୁର ସହରରେ ଓ 1106 ପାକିସ୍ତାନୀ ନାଗରିକ ଠାଣେ ସହରରେ ଅଛନ୍ତି । ମୁମ୍ବାଇରେ 14ଜର ପାକିସ୍ତାନୀ ରହୁଛନ୍ତି । ମହାରାଷ୍ଟ୍ରରେ ରହୁଥିବା ପାକିସ୍ତାନୀଙ୍କ ମଧ୍ୟରୁ କେବଳ 51ଜଣ ପାକିସ୍ତାନୀଙ୍କ ନିକଟରେ ବୈଧ ଦସ୍ତାବିଜ ଅଛି ।