ଭୁବନେଶ୍ୱର– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଙ୍ଗାଲୁରୁ ସ୍ଥିତ ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପ୍ରସିଦ୍ଧ ବୈଜ୍ଞାନିକ ଓ ଶିକ୍ଷାବିତ ଡ. କେ କସ୍ତୁରୀରଙ୍ଗନଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।
ଡ.କସ୍ତୁରୀରଙ୍ଗନଙ୍କୁ ଭାରତର ବୈଜ୍ଞାନିକ ଓ ଶୈକ୍ଷଣିକ ଜଗତର ଜଣେ ଚମକୁଥିବା ନକ୍ଷତ୍ର କହି କେନ୍ଦ୍ରମନ୍ତ୍ରୀ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଡ.କସ୍ତୁରୀରଙ୍ଗନ ଏକ ଅତୁଳନୀୟ ଐତିହ୍ୟ ଛାଡିଯାଇଛନ୍ତି । ମନ୍ତ୍ରୀ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକାକୂଳ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ।
ଭାରତର ମହାକାଶ ଓ ଶିକ୍ଷା କ୍ଷେତ୍ରରେ ଡ.କସ୍ତୁରୀରଙ୍ଗନଙ୍କ ଯୋଗଦାନ ଅମୂଲ୍ୟ ରହିଛି । ସେ ତାଙ୍କ ଅଦ୍ୱିତୀୟ ଉପଲବ୍ଧି ଓ ସେବା ପାଇଁ ସବୁବେଳେ ମନେ ରହିବେ ।
Related Stories
April 27, 2025