
ଇସଲମାବାଦ– ଝେଲମ ନଦୀରେ ହଠାତ୍ ଜଳସ୍ତର ବଢିବା କାରଣରୁ ପାକିସ୍ତାନ କବଜାରେ ଥିବା କଶ୍ମୀରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ନଦୀ କୂଳରେ ରହୁଥିବା ଲୋକେ ରାତିସାରା ପୂରା ଅନିଦ୍ରା ହୋଇଛନ୍ତି । ପାକିସ୍ତାନ ପ୍ରଶାସନ ହଟ୍ଟିୟନ ଅଂଚଳରେ ୱାଟର ଇମରଜେନ୍ସି ଘୋଷଣା କରିଛନ୍ତି । ଏହାସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ମସଜିଦରେ ବି ଲୋକଙ୍କୁ ବାରମ୍ବାର ସତର୍କ କରାଯାଇଛି । ଅନ୍ୟପଟେ ଭାରତ ଜାଣିଶୁଣି ନଦୀରେ ଅଧିକ ପାଣି ଛାଡିବା ନେଇ ଅଭିଯୋଗ କରିଛି । ଭାରତ ପକ୍ଷରୁ ଏବେ ଏହି ମାମଲାରେ କୌଣସି ପ୍ରତିକ୍ରିୟା ମିଳିନି ।