
ମସ୍କୋ– ଋଷ ଜେନେରାଲଙ୍କୁ ବୋମା ବିସ୍ଫୋରଣରେ ଉଡାଇବା ମାମଲାରେ ଖୁଲାସା ହୋଇଛି । ଜଣାପଡିଛି ଯେ, ୟୁକ୍ରେନର ଜଣେ ଗୁଇନ୍ଦା ଅଧିକାରୀ ଋଷ ଜେନେରାଲଙ୍କୁ କାରରେ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଏହି ବିସ୍ଫୋରଣ ରିମୋଟ କଂଟ୍ରୋଲ ଜରିଆରେ କରାଯାଇଥିଲା । ଏହି ମାମଲାରେ ଋଷର ତଦନ୍ତକାରୀ ସଂସ୍ଥା ୟୁକ୍ରେନର ଗୁଇନ୍ଦା ଏଜେନ୍ସିର ଅଧିକାରୀ ଇଗ୍ନୋତ କୁଜିନଙ୍କୁ ଗିରଫ କରାଯାଇଛି । ପୁଟିନଙ୍କ ନିକଟତମ ମେଜର ଜେନେରାଲ ୟାରୋସ୍ଲାଭ ମୋସ୍କୋଲିକ ଶନିବାର ତାଙ୍କ କାରରେ ବସିବାକୁ ଯାଉଥିଲେ । ସେତିକି ବେଳେ ହିଁ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ମେଜର ଜେନେରାଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।