
ଗଂଜାମ– ବ୍ରହ୍ମପୁର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସାରସ୍ୱତ ସମାବେଶ ଓ କବିତା ପାଠ ଡା.ଶଙ୍କର୍ଷଣ ପାତ୍ର (ଅସ୍ଥି ଶଲ୍ୟ ବିଶେଷଜ୍ଞ )ଙ୍କ ସଭାପତିତ୍ତ୍ୱରେ ସ୍ଥାନୀୟ କୁଇନ ଅଫ ଦି ମିଶନ୍ସ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମାଵେଶର ମୁଖ୍ୟ ଅତିଥି ରୂପେ ଚକ୍ଷୁ ବିଶେଷଜ୍ଞ ଡା. ରାଜେନ୍ଦ୍ର ବେହେରା, ଡା. କୈଳାଶ ତ୍ରିପା ଠୀ ସଂଯୋଜକ ଶ୍ରୀମତୀ ପଦ୍ମିନୀ ମିଶ୍ର, ସ୍ବର୍ଣ୍ଣପ୍ରଭା ପାଢ଼ୀ, ରାଜ୍ୟ ଉପାଧ୍ୟକ୍ଷ ଡା. ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଁ, ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦାନ କରି ଆଧୁନିକ କବିତାର ସୀମା ଓ ସରହଦ ଉପରେ ଆଲୋଚନା କରିଥିଲେ । ଏହାପରେ ବିଭିନ୍ନ କବି ଯଥା ସହ ସଂଯୋଜକ ଗୋପାଳ କୃଷ୍ଣ ପାଢ଼ୀ, ପ୍ରାକ୍ତନ ଶିକ୍ଷାଧିକାରୀ ଦେ ହରେକୃଷ୍ଣ୍ଷ ପଣ୍ଡା, ସ୍ଵର୍ଣପ୍ରଭା ପାଢ଼ୀ, ପଦ୍ମିନୀ ମିଶ୍ର, ଡ ପ୍ରଫୁଲ ଚନ୍ଦ୍ର ମହାନ୍ତି, ନୀଳକଣ୍ଠ ସାହୁ, କିରଣ ବାଳା ମିଶ୍ର, ବିଶ୍ୱନାଥ ପାଣିଗ୍ରାହୀ, ଅଧ୍ୟାପକ ଶାନ୍ତନୁ ସୁନା, ସୁଚେତା ପାଣିଗ୍ରାହୀ, ଅଧ୍ୟାପକ ଲକ୍ଷ୍ମୀ ନାରାୟନ ପଣ୍ଡା, ଜ୍ୟୋତ୍ସ୍ନା ରାଣୀ ଦେବୀ, ବହୁମୁଖୀ ସମାଜ ମଙ୍ଗଳ ସମ୍ପାଦକ ମହମ୍ମଦ ଆସଲାମ ପ୍ରମୁଖ ପ୍ରାୟ ୨୦ରୁ ଅଧିକ କବିତା ପାଠ କରିଥିଲେ । ଶେଷରେ ମହମ୍ମଦ ଆସଲାମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।