
ଭୁବନେଶ୍ୱର– କାଳବୈଶାଖୀ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ସର୍ବାଧିକ ୭୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୂଆପଡ଼ା ଜିଲ୍ଲାର ନୂଆପଡ଼ାରେ ୭୦.୬ ମି.ମି., ନବରଙ୍ଗପୁର ଜିଲ୍ଲାର ରାଇଘରରେ ୫୫.୫ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୪୯.୦ ମି.ମି., ବେତନଟୀରେ ୪୬.୦ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ୪୫.୦ ମି.ମି., କୋଷାଗୁମୁଡ଼ାରେ ୪୨.୮ ମି.ମି., ଉମରକୋଟରେ ୪୧.୦ ମି.ମି., ନୟାଗଡ଼ ଜିଲ୍ଲାର ଗଣିଆରେ ୩୮.୦ ମି.ମି., ନୂଆପଡ଼ା ଜିଲ୍ଲାର କୋମନାରେ ୩୫.୦ ମି.ମି., କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୩୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୨୯.୪ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ୨୮.୨ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ଚକାପାଦରେ ୨୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।