
ଗଞ୍ଜାମ– ଅଶ୍ଳିଳ ଭିଡ଼ିଓ ଦେଖି ୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିବା ଏବଂ ପରେ ତାଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ ପାଟପୁର ଥାନା ପୋଲିସ ଗିରଫ କରିଛି । ଗତ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି ଗୃହରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକା ଜଣକ ତାଙ୍କ ଅଜା ଘରକୁ ବୁଲିବାକୁ ଆସିଥିବା ବେଳେ ଏଭଳି ପୈଶାଚିକ କାଣ୍ଡ ଘଟାଇଥିଲା ଅଭିଯୁକ୍ତ ।