
ଭୁବନେଶ୍ୱର– ନିଟ୍-ସୁପର ସ୍ପେଶାଲିଟି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା କଂଟାବାଞ୍ଜିର ୟଶ୍ ଜୈନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏନଇଇଟି-ସୁପର ସ୍ପେଶାଲିଟି ପରୀକ୍ଷାରେ ଅଖିଳ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ଓଡ଼ିଶାକୁ ଗର୍ବିତ କରିଥିବା ବଲାଙ୍ଗିର କଣ୍ଟାବାଞ୍ଜିର ୟଶ୍ ଜୈନ୍ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ୟଶ୍ ଙ୍କର ଏହି ଉପଲବ୍ଧି ଓଡ଼ିଆ ବିଦ୍ୟାର୍ଥୀଙ୍କ ଅସୀମ ସାମର୍ଥ୍ୟର ଏକ ଜ୍ୱଳନ୍ତ ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ୟଶଙ୍କର ସଫଳତା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ସହ ସ୍ୱପ୍ନ ଦେଖିବାର ସାହସ ଯୋଗାଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆଗାମୀ ଦିନରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି