
ସହାରନପୁର– ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାର ଦେୱବନ୍ଦ ଥାନା ଅନ୍ତର୍ଗତ ନିହାଲ ଖେଡି ଗାଁରେ ଶନିବାର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ଏବେ ସୁଦ୍ଧା ତିନିଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନଜଣଙ୍କୁ ଗିରଫ କରିଛି । ମୃତ ଲୋକଙ୍କ ପରିଜନମାନେ ଫ୍ୟାକ୍ଟ୍ରିରେ ଷଡଯନ୍ତ୍ର କରି ବିସ୍ଫୋରଣ କରିବାର ଅଭିଯୋଗ କରିବା ରାସ୍ତାରୋକ କରିବା ସହ ହଙ୍ଗାମା କରିଥିଲେ ।
ଜିଲ୍ଲାପାଳ ମନୀଷ ବଂସଲ କହିଛନ୍ତି ଯେ, ନିହାଲ ଖେଡି ଗାଁ ନିକଟ ବାଣ ଫ୍ୟାକ୍ଟ୍ରି ରହିଛି । ଶନିବାର ସକାଳେ ଏହି ପ୍ରଚଣ୍ଡ ଶବ୍ଦ ସହିତ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ତିନିଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ବଖପାଖ ଗାଁର ଲୋକେ ଭୟଭୀତ ହୋଇପଡିଥିଲେ ।