
ନୂଆଦିଲ୍ଲୀ– କୈଳାସ ମାନସରୋବର ଯାତ୍ରା 2025ର ଆୟୋଜନ ଜୁନରୁ ଅଗଷ୍ଟ ମଧ୍ୟରେ ହେବ । ଯାତ୍ରା ପାଇଁ ଅନଲାଇନ ବବେଦନ ପ୍ରକ୍ରିୟା ୱେବସାଇଟରେ ଆରମ୍ଭ ହୋଇଛି ।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ପବିତ୍ର ତୀର୍ଥଯାତ୍ରାରେ ଚଳିତ ବର୍ଷ ପ୍ରାୟ 15ଟି ବ୍ୟାଚ ପଠାଯିବ । ଏଥିରୁ 5ଟି ବ୍ୟାଚ ଉତ୍ତରାଖଣ୍ଡର ଲିପୁଲେଖ ଦେଇ ଓ 10ଟି ବ୍ୟାଚ ସିକିମର ନାଥୁ ଲା ଦେଇ ଯାତ୍ରା କରିବେ ।
ବୈଦେଶିକ ମନ୍ତ୍ରାଳୟ ଆଜି ଏ ସଂପର୍କରେ ବକ୍ତବ୍ୟ ଜାରି କରି କହିଛି ଯେ, ଯାତ୍ରୀଙ୍କ ଚୟନ ଏକ ନିରପେକ୍ଷ କଂପ୍ୟୁଟର ଜନିତ ଓ ମହିଳା-ପୁରୁଷ ସନ୍ତୁଳନ ପ୍ରକ୍ରିୟାରେ କରାଯିବ । ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ପାରଦର୍ଶୀ ଓ ଡିଜିଟାଲ ଅଟେ । 2015ରୁ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ କମ୍ୟୁଟରାଇଜଡ ହୋଇଯାଇଛି । ଏଥିପାଇଁ ଇଚ୍ଛୁକ ଯାତ୍ରୀମାନେ ବବେଦନ କିମ୍ବା ସୂଚନା ପାଇଁ ପତ୍ର କିମ୍ବା ଫ୍ୟାକ୍ସ ପଠାଇବାର ଆବଶ୍ୟକତା ନାହିଁ ।
ଯାତ୍ରା ସହିତ ଜଡିତ କିଛି ବି ସୂଚନା, ପରାମର୍ଶ କିମ୍ବା ପ୍ରତିକ୍ରିୟା ପାଇଁ ୱେବସାଇଟରେ ହିଁ ବିକଳ୍ପ ଉପଲବ୍ଧ ରହିଛି ।