
ଭୁବନେଶ୍ୱର– ଛୁଟିରେ ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବେସରକାରୀ ସ୍କୁଲ ଓ କଲେଜକୁ କଡା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସଓପି ନମାନି ସ୍କୁଲ, କଲେଜ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେବ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି,। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ। ଏହାସହ ହସ୍ପିଟାଲ ମାନଙ୍କରେ ଅଂଶୁଘାତ ୱାର୍ଡ ପ୍ରସ୍ତୁତ ରଖିବାକୁ ସିଏଚସି ଓ ପିଏଚସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।