
ମାଲକାନଗିରି- ଆଜି କେନ୍ଦ୍ରୀୟ ମାଲକାନଗିରିର ଅଧ୍ୟକ୍ଷ ଡଃ. କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ରୁପେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଯୋଗଦେଇଥିଲେ l ଜିଲ୍ଲାପାଳଙ୍କ ଦ୍ୱାରା ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମ୍ୟାଜିକ ପଟା ବଣ୍ଟନ କରାଯାଇଛି l ତତସହିତ ବିଦ୍ୟାଳୟରେ ୫୦୦ ଲିଟର କ୍ଷମତା ବିଶିଷ୍ଟ ବିଶୁଦ୍ଧ ପାନୀୟ ଜଳ ପାଇଁ ଆର.ଓ. ୱାଟର ପ୍ଲାଣ୍ଟ ଉଦଘାଟନ କରାଯାଇଛି l ଅଧ୍ୟକ୍ଷ ଡଃ. ମୀନା ପିଏମଶ୍ରୀ ଯୋଜନାର ସବିଶେଷ ବିବରଣୀ ଦେଇଥିଲେ l
ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାଣିକଲାଲ ଚକ୍ରବର୍ତ୍ତୀ, ଡା. ସାଗର ବାଳ, ଶ୍ରୀମତୀ କ୍ରିଷ୍ଣା ମିର୍ଧା ଏବଂ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଏବଂ କୁନି କୁନି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା l
ସୂଚନାଯୋଗ୍ୟ ଯେ, ଏହି ଦୁଇଟି କାର୍ଯ୍ୟକ୍ରମ ପିଏମଶ୍ରୀ ଯୋଜନାର ଅଂଶବିଶେଷ ଅଟେ l ଅମିତ ଦାସ ଓ ନିରଞ୍ଜନ କୁମାର ମଞ୍ଚ ପରିଚାଳନା କରିଥିଲେ ଏବଂ ଭି. ଅଶୋକ କୁମାର, ସୃଷ୍ଟି, ନଗମା, ଆଶ୍ରିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l