
ଚଣ୍ଡିଗଡ-ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିଏସଏଫ ଭାରତ-ପାକିସ୍ତାନ ସୀମାକୁ ଲାଗିଥିବା ଅଂଚଳ ଉପରେ କଡା ନଗର ରଖିଛି । ଏହି କ୍ରମରେ ବିଏସଏଫ ପଂଜାବ ସୀମାବର୍ତ୍ତୀ ଜିଲ୍ଲାର ଗ୍ରାମାଂଚଳରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି । ଏହାସହିତ ତାର କ୍ୱିକ ରିଆକ୍ସନ ଟିମକୁ ସକ୍ରିୟ କରିଛି ।
ପଂଜାବର ଅମୃତସର, ତରନତାରନ, ଗୁରୁଦାସପୁର, ଫାଜିଲ୍କା, ପଠାନକୋଟ ଓ ଫିରୋଜପୁର ଆଦି ଜିଲ୍ଲାରେ ବହୁତ ଗାଁ ଏଭଳି ରହିଛି, ଯେଉଁଠାରେ ଚାଷୀଙ୍କ ଅଧା ଜମି ପାକିସ୍ତାନରେ ଓ ଅଧା ଜମି ଭାରତରେ ରହିଛି । ବିଏସଏଫ ଅଂଚଳରେ ଅତିରିକ୍ତ ଯବାନ ମୁତୟନ କରିବା ସହ ସୀମାକୁ ଲାଗିରହିଥିବା ଗାଁରେ ପାଟ୍ରୋଲିଂ ଓ ତଲାସୀ ଅଭିଯାନ ଚଳାଇଛି ।