
ଭୁବନେଶ୍ୱର – ବିଜେପି ନେତାଙ୍କୁ କାହିଁକି ପାଣ୍ଡିଆନ ଭୂତ ଘାରିଛି। ସେମାନେ ନିଜ କଥା ବୁଝନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ସେ କହିଛନ୍ତି ଯେ ବିଜେଡି ପାଖରେ ଯାହା ପାଣ୍ଠି ଅଛି ତାହାର ରିପୋର୍ଟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି।ସବୁ ଲୋକ ଲୋଚନରେ ଅଛି। ଯେଉଁ ମାନେ ନୀଳ ଚଷମା ପିନ୍ଧନ୍ତି ତାଙ୍କୁ ସବୁ ନୀଳ ଦେଖାଯିବ। ପାଣ୍ଠି ଖର୍ଚ୍ଚ ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଅଛି। ପାଣ୍ଡିଆନଙ୍କ ପାଖରେ କିଛି ପାଣ୍ଠି ନାହିଁ । ପଣ୍ଡିଆନ ଦଳର କର୍ମକର୍ତା ନୁହନ୍ତି। ବିଜେପି କେନ୍ଦ୍ର ଓ ରାଜ୍ୟ ସରକାରରେ ଅଛି,ଦେଶ ରାଜ୍ୟର ସମସ୍ୟା ବୁଝି ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। ପଣ୍ଡିଆନ ଭୂତ ପଛରେ ଗୋଡାଇଲେ ଆଣ୍ଠୁ ଗଣ୍ଠି ଛିଡ଼ିବ।