
କୋଏମ୍ବାଟୁର– ଉପରାଷ୍ଟ୍ରପତି ଜଗଦୀନ ଧନଖଡ ଶୁକ୍ରବାର ନୀଳଗିରି ଜିଲ୍ଲାର ଉଦାସିଟିରେ ଆୟୋଜିତ କୂଳପତିଙ୍କ ସମ୍ମିଳନୀରେ ଭାଗ ନେବାକୁ ତାମିଲନାଡୁରେ ପହଂଚିଛନ୍ତି ।
ଉପରାଷ୍ଟ୍ରପତି ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ 10.40 ମିନିଟ୍ ସମୟରେ କୋଏମ୍ବାଟୁର ଏୟାରପୋର୍ଟରେ ପହଂଚିଥିଲେ । ମନ୍ତ୍ରୀ କାୟଲବିଝି ସେଲ୍ବରାଜ, କୋଏମ୍ବାଟୁର ସାଂସଦ ଗଣପତି ରାଜକୁମାର ତାଙ୍କ ସ୍ୱାଗତ କରିଥିଲେ । ଏହାପରେ ଉପରାଷ୍ଟ୍ରପତି ଘରୋଇ ହେଲିକପ୍ଟର ଯୋଗେ ଉଦାସିଟି ଯାଇଥିଲେ ।
ଶୁକ୍ରବାର ଓ ଶନିବାର ନୀଳଗିରି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ପରେ ଉପରାଷ୍ଟ୍ରପତି ରବିବାର ସକାଳେ କୋଏମ୍ବାଟୁରରେ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ଏକ ସେମିନାରରେ ଭାଗ ନେବେ ଏବଂ ସେହିଦିନ ଦିଲ୍ଲୀ ଫେରିଯିବେ ।