
ନୂଆଦିଲ୍ଲୀ– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଯିରେ ରଖି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।
ସୂତ୍ର ମୁତାବକ ଆଲୋଚନା ବେଳେ ଅମିତ ଶାହ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ରାଜ୍ୟରେ ସମସ୍ତ ପାକିସ୍ତାନୀ ନାଗରିକଙ୍କ ଚିହ୍ନଟ କରିବା ଓ ସେମାନଙ୍କ ଶୀଘ୍ର ପାକିସ୍ତାନ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ।