
ଗଞାମ– ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ପୁଣି ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ଗତକାଲି ଠାରୁ ବ୍ରହ୍ମପୁରରେ ଡେରା ପକାଇ ତଦନ୍ତ ଆରମ୍ଭ କରିଛି । ଏହି ଟିମ ବ୍ରହ୍ମପୁର ଟାଉନ ଥାନାରେ ଗୋପାଳ ଦାସର ବଡଭାଇ ସତ୍ୟ ନାରାୟଣ ଦାସ ଓ ପୁତୁରାକୁ ଡାକି ତନାଘନା ପଚରାଉଚୁରା କରିଛି । ପୂର୍ବରୁ ମଧ୍ଧ କ୍ରାଇମବ୍ରାଂଚ ବ୍ରହ୍ମପୁର ଆସି ଗୋପାଳର ପତ୍ନୀ, ପୁଅ, ଭାଇ ଓ ପୁତୁରାକୁ ଡାକି ପଚରାଉଚୁରା କରିଥିଲେ। ତେବେ ପୁଣିଥରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆସିଥିବାରୁ ପୂର୍ବରୁ ତଦନ୍ତ ବେଳେ କିଛି ବାଦ ପଡିଥିବାର ସନ୍ଦେହ ସୃଷ୍ଟି କରିଛି ।