
ଗଞାମ– ପହିଲଗାମରେ ଆତଙ୍କଵାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଓୟୁଡଵଲ୍ଯୁଜେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ଆତ୍ମାର ସଦଗତି କାମନା କରିଵା ସହ ଘଟଣା ତୀବ୍ର ନିନ୍ଦା କରାଯାଇଛି । ବୈଠକରେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ସଭାପତିତ୍ୱ କରିଥିଲେ । ବୈଠକରେ ସଚ୍ଚିଦାନନ୍ଦ ନାୟକ, ରାମ ପ୍ରସାଦ ସାମଲ, ଡି. ପର୍ଶୁରାମ, ରାଜେଶ କୁମାର ପଟ୍ଟନାୟକ, ସୁରେଶ କୁମାର ତ୍ରିପାଠୀ, ସୁନେର ବିଶ୍ଵାସ ଓ ହରେକୃଷ୍ଣ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ସାମ୍ବାଦିକ ଓ ବୁଦ୍ଧିଜୀଵୀ ଯୋଗଦେଇଥିଲେ।