
ଗଞାମ– ବ୍ରହ୍ମପୁରରଅଧିଷ୍ଠାତ୍ରୀ ଦେବୀ ମାବୁଢୀ ଠାକୁରାଣୀଙ୍କ ଯାତ୍ରା ସରିସରି ଆସୁଛି । ଗତ ତିନି ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ୨୮ ତାରିଖରେ ଶେଷ ହେବ। ଏଥିପାଇଁ ସହରରେ ପ୍ରବଳ ଭିଡ ହେଵାରେ ଲାଗଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଓଡ଼ିଶା ଓ ଓଡିଶା ବାହାରୁ ଆସି ମାଙ୍କ ଦର୍ଶନ କରିଵା ସହ ସହର ବିଭିନ୍ନ ସାହିରେ ଶୋଭାବର୍ଦ୍ଧନ କରୁଥିବା ପ୍ରାୟ୨୮ଟି ଵିରାଟକାୟ ବିଭିନ୍ନ ଦେଵଦେଵୀଙ୍କ ଆକର୍ଷଣୀୟ ମୂର୍ତ୍ତି ଓ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ବିଭିନ୍ନ ରଥ ଓ ମଣ୍ଡପରେ କଳାକୁଞ୍ଜ ଦର୍ଶନ କରୁଛନ୍ତି। ଯାତ୍ରା ସ୍ଥଳରେ ହଜାର ହଜାର ଦର୍ଶକଙ୍କୁ ମାଗଣାରେ ସ୍ବାଦିଷ୍ଟ ବ୍ୟଞ୍ଜନ, ପଣା ପାଣି ବିଭିନ୍ନ ଅନୁଷ୍ଠାନ ଓ ଵ୍ଯକ୍ତି ବିଶେଷଙ୍କ ବିତରଣ କରାଯାଉଛି। ମାଙ୍କ ଯାତ୍ରା ଉପଲକ୍ଷେ ସହରର କେଉଁ ସାହିରେ କେଉଁ ରଥ ଶୋଭା ବର୍ଦ୍ଧନ କରୁଛିତାର ତାଲିକା ନିମ୍ନରେ ପ୍ରଦତ୍ତ କରାଗଲା।