ବାଲୁଗାଁ- ଚିଲିକା ମଝିରେ ଡ଼ଙ୍ଗା ବୁଡ଼ି ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ବାଲୁଗାଁ ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ତିନି ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଙ୍କୁଳାର ବାସନ୍ତୀ ଭୁଜବଳ ପୁଅର ଚୁଟି ପକାଇବା ପାଇଁ କାଳିଯାଈ ପୀଠକୁ ଯାଇଥିଲେ । ସେଠାରେ ସେ ଏକ ଭୋଜିର ଆୟୋଜନ କରିଥିଲେ । ଏହି ଭୋଜିରେ ଯୋଗଦେବା ପାଇଁ ମୋଟ୍ ୩୫ ଜଣ ଯାଇଥିଲେ । ସେମାନଙ୍କ ମଧ୍ୟରେ ବୟସ୍କ ପୁରୁଷ, ମହିଳା ଓ ଛୋଟ ପିଲା ମଧ୍ୟ ରହିଥିଲେ । ଭୋଜି ସରିବା ପରେ ସେମାନଙ୍କ ମଧ୍ୟରୁ ୧୭ ଜଣ ଗୋଟିଏ ମାଛଧରା ଡ଼ଙ୍ଗାରେ ଫେରୁଥିଲେ । କାଳିଯାଇ ଘାଟ ଠାରୁ ଅଳ୍ପ ଦୂରରେ ହଠାତ୍ ଡ଼ଙ୍ଗାଟି ବୁଡ଼ି ଯାଇଥିଲା । ତେବେ ସେମାନଙ୍କ ପଛରେ ଆସୁଥିବା ଅନ୍ୟ ଏକ ଡ଼ଙ୍ଗା ମାଧ୍ୟମରେ ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ମାନଙ୍କୁ ପ୍ରଥମେ ବାଲୁଗାଁ ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ତିନି ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।