ଗଂଜାମ– ଆତଙ୍କବାଦୀଙ୍କ ଅମାନୁଷିକ ଆକ୍ରମାଣରେ ପହଲଗାମରେ ସହିଦ ମାନଙ୍କ ଆତ୍ମାର ସଦ୍ଗତି ପାଇଁ ଓ ଏହି ଜଘନ୍ୟ ବିଭିଷିକା ସୃଷ୍ଟି କରୁଥିବା ଆତଙ୍କବାଦୀ କାର୍ଯ୍ୟର ପ୍ରତିବାଦ ପାଇଁ ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ପାତ୍ର ହସ୍ପିଟାଲରେ ଗତ ସନ୍ଧ୍ଯାରେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସଭାପତି ଡା. ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକ ତଥା ପ୍ରତିବାଦ ସଭା ଆୟୋଜନ ହୋଇଥିଲା। ଏଥିରେ ସଭାପତିଙ୍କ ସମେତ ସଂପାଦକ ମହମଦ ଆସଲାମ, ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଗୟାଧର ପ୍ରଧାନ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଉପସଭାପତି ହର ମୋହନ ପାଣିଗ୍ରାହୀ, ସର୍ବଶ୍ରୀ ମାନସ ରଞ୍ଜନ ପତ୍ର, ଲାଲବାହାଦୁର ପଟ୍ଟନାୟକ, ଅଶ୍ୱିନୀ କୁମାର ସାହୁ, ଦୀପାଞ୍ଜଳି ସେଠି, ସୁବ୍ରତ ନାୟକ, ରୋଶନ ଅର୍ଚି, ମୁନିମା ପ୍ରଧାନ ପ୍ରମୁଖ ଯୋଗଦେଇ ଆତଙ୍କବାଦୀ କାର୍ଯ୍ୟକଳାପର ଘୋର ନିନ୍ଦାକରି ବକ୍ତବ୍ୟ ରଖିଥିଲେ। ପ୍ରଥମେ ସହିଦଙ୍କ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ଓ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାମ୍ପନ କରାଯାଇଥିଲା।
Related Stories
September 17, 2025
September 17, 2025