
ପୁରୀ– ଆଜି ପୁରୀ ତାଳବଣିଆ ପଡିଆ ଠାରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସାରା ଭାରତରେ ଏହି ପଞ୍ଚାୟତିରାଜ ଦିବସ ପାଳିତ ହେଉଥିବା ବେଳେ ଓଡିଶାରେ ଏହା ପୁରୀଠାରେ ମହା ସମାରୋହରେ ପାଳିତ ହେଉଛି | ସାରା ଓଡିଶାରୁ କୋଡିଏ ହଜାରରୁ ଉର୍ଧ୍ଵ ଜନତା ଯୋଗ ଦେଇଥିଲେ |
ପ୍ରାରମ୍ଭରୁ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରୁ ଝରିଥିଲା ଜଗା ତୁ ଥିଲେ ମୋର ଡର କାହାକୁ….., ଏହି ଗୀତ ସେଠାରେ ବେଶ ଆଦୃତ ହୋଇଥିଲା | ଭାରତମାତା କି ଜୟ ଓ ଜୟ ଶ୍ରୀରାମ ଓ ହୁଳହଳି ଧ୍ୱନିରେ ମଞ୍ଚ କମ୍ପିଥିଲା |ଉପସ୍ଥାପିକା ମୁନ ମୁନ ସିଂ ଲଳିତ୍ୟ କଣ୍ଠରେ ଉପସ୍ଥାପନ କରିଥିଲେ l ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନଙ୍ଗ ଉଦୟ ସିଂଦେଓ, ସାଂସଦ ସମ୍ବିତ ପାତ୍ର, ବିଧାୟକ ମାନେ ଯୋଗଦେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭାସି ମାଧ୍ୟମରେ ବାର୍ତ୍ତା ରଖିଥିଲେ | ମୁଖ୍ୟ ସଚିବଙ୍କ ସହ ଅନ୍ୟାନ୍ୟ ବିଭାଗର ସଚିବ ମାନେ ଯୋଗ ଦେଇଛନ୍ତି |
ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ରୂପଭାନୁ ମିଶ୍ର, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜୀବ ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ।