
ଭଦ୍ରକ-ଆଜି ସକାଳ ଆଠଟା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଣିଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା(୫୫) ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି।ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆ ପଂଚାୟତର ନରସିଂହପୁର ଗ୍ରାମନୀବାସୀ ମୀନତି ପରିଡ଼ା (୫୫) ହଠାତ୍? ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ପରିବାର ଲୋକେ ତାଂକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ।ଏହାପରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ମେଡିସିନ ୱାର୍ଡକୁ ନିଆଯାଉଥିବାବେଳେ ଲିଫ୍ଟଟି ହଠାତ୍? ଉପରକୁ ଉଠିଯାଇଥିଲା। ଫଳରେ ମୀନତିଙ୍କର ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହୋଇଥିଲା।ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାଜନିତ କାର୍ଯ୍ୟ ପାଇଁ ଏଭଳି ଅଘଟଣ ମନୁଷ୍ୟା କୃତ୍ୟ ବୋଲି ଜଣାପଡିଛି। କାହିଁକିନା ଏହି ଏକମାତ୍ର ଲିଫ୍ଟଟି ବାହୁ ସମୟରେ ଖରାପ ହୋଇଥାଏ।ଏ ବିଷୟରେ ବିଭିନ୍ନ ଗଣ ମାଧ୍ୟମରେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଧର୍ମକୁ ଆଖିଠାର ଭଳି ମରାମତି ହୋଇ ଥିଲା।ଯେଉଁଥି ପାଇଁ ଆଜି ଏଭଳି ଅଘଟଣ ଘଟିଲା ବୋଲି ବୁଦ୍ଧିଜିବୀ ମହଲରେ ଅଭିଯୋଗ ହୋଇଛି। ଖବର ପାଇ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ସରଜମିନ ତଦନ୍ତ କରୁଛି।