
ନୂଆଦିଲ୍ଲୀ– ପାକିସ୍ତାନର ସରକାରଙ୍କ ଔପଚାରିକ ଏକ୍ସ ଆକାଉଂଟ ଭାରତରେ ବ୍ଳକ କରିଦିଆଯାଇଛି । ଏହି ପଦକ୍ଷେପ ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ବଢିଥିବା ଉତ୍ତେଜନା ମଧ୍ୟରେ ନିଆଯାଇଛି । ମଙ୍ଗଳବାର ହୋଇଥିବା ଆକ୍ରମଣରେ 26ଜଣଙ୍କ ମୃତ୍ୟୁ ହୋଇଛି ।
ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଂଟ ବ୍ୟାନ ଅର୍ଥ ହେଉଛି ଏଥିରେ ପୋଲ୍ଟ କରାଯାଉଥିବା କୌଣସି ବି ସାମଗ୍ରୀ ଭାରତରେ ଦେଖାଯିବନାହିଁ । ସିନ୍ଧୁ ଜଳ ସନ୍ଧିକୁ ସସପେଣ୍ଡ କରିବା ଓ ଅନ୍ୟ କୂଟନୈତିକ ଉପାୟ ଘୋଷଣା ପରେ ଏହି ପଦକ୍ଷେପ ନିଆଯାଇଛି । ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କୂଟନୈତିକ ପଦକ୍ଷେପ ନେଇଛି ।