
ଭୁବନେଶ୍ୱର– ପୁରୀ ବିଧାୟକ ସୁନିଲ କୁମାର ମହାନ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀର ଲୋକପ୍ରିୟ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଆପଣଙ୍କ ଜୀବନ ସଦା ସୁସ୍ଥ, ସଫଳ ଓ ସମୃଦ୍ଧିମୟ ହେଉ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରି ଆପଣ ଜନସେବାରେ ଆହୁରି ଆଗକୁ ବଢ଼ନ୍ତୁ ଏହାହିଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।