
ଭୁବନେଶ୍ୱର– ଜାତୀୟ ପଂଚାୟତିରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମ୍ୟୋଦୟରୁ ରାଷ୍ଟ୍ରୋଦୟର ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟରତ ଦେଶର ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ତଥା ପଞ୍ଚାୟତ କର୍ମୀଙ୍କୁ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମ ଦେଶର ଆଧାର, ପଞ୍ଚାୟତିରାଜ ହେଉଛି ଲୋକତନ୍ତ୍ରର ଆଧାର। ଏହି ଅବସରରେ ଆସନ୍ତୁ, ଆମେ ସମସ୍ତେ ଏକ ନୂଆ ଦୃଷ୍ଟିକୋଣ ଏବଂ ନିଶ୍ଚିତ ପଦକ୍ଷେପ ସହ ଗ୍ରାମ୍ୟ ସଶକ୍ତିକରଣ, ମହିଳା ଅଧିକାର, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ଲାଗି ନୂଆ ଦିଗରେ ଅଗ୍ରସର ହୋଇ ଏକ ସଶକ୍ତ, ସ୍ୱାବଲମ୍ବୀ ଓ ନୂତନ ଓଡ଼ିଶା ଗଢ଼ିବା ପାଇଁ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ।